ବରଗଡ଼: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ବିତୀୟ ଦିବସରେ ରାଜ ଦରବାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଶିକ୍ଷା, ସଂସ୍କୃତି, କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ଗ୍ରାମ୍ୟ ଉନ୍ନୟନ, ପାନୀୟଜଳ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ରାଜ ଅତିଭାବେ ଯୋଗଦାନ କରିଥିଲେ। ରାଜ ଦରବାରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଧନୁଯାତ୍ରା ସମାଜକୁ ନୈତିକ ମୂଲ୍ୟବୋଧର ବାର୍ତ୍ତା ଦେଉଛି ଏବଂ ଏହି ମହୋତ୍ସବକୁ ଆନ୍ତର୍ଜାତୀକ ସ୍ବରକୁ ନେବା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି କଂସ ମହାରାଜଙ୍କ ସମ୍ମୁଖରେ କହିଥିଲେ। अपना सैमसंग गैलेक्सी A53 अभी प्राप्त करें!https://singingfiles.com/show.php?l=0&u=2312645&id=58609
ମହାରାଜ କଂସ ସେଥି ଖୁସିବ୍ୟକ୍ତି କରିଥିଲେ ଏବଂ ବରଗଡ଼ ଧନୁଯାତ୍ରାକୁ ସାରାଦେଶର ପାଠ୍ୟପୁସ୍ତକରେ ସ୍ଥାନିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କୁ ଆଦେଶ ଦେଇଥିଲେ। ସେହିପରି ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଥିଲେ, ନ୍ୟାଶନାଲ ସ୍କୁଲ ଅଫ ଡ୍ରାମାର ଏକ ଟିମ୍ ମଥୁରାନଗରୀରେ ଉପସ୍ଥିତ ରହି ଧନୁଯାତ୍ରାର ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତି କାର୍ଯ୍ୟ କରୁଛନ୍ତି। ରାଜ୍ୟର ସବୁଜିଲାରେ ଧନୁଯାତ୍ରା ମହୋତ୍ସବର ଲାଇଭ୍ ଟେଲିକାଷ୍ଟ ହେଉଥିବା କହିଥିଲେ I