Ads

ବୌଦ୍ଧ: ଜିଲ୍ଲାର ସଦର ବ୍ଲକ ପିଏମଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଦହ୍ୟାର ପ୍ରଧାନ ଶିଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ସ୍ୱାଇଁଙ୍କ ନେତୃତ୍ୱରେ ଏବଂ ବିଦ୍ୟାଳୟ ଜୁନିଅର୍ ରେଡ଼କ୍ରସର ଇନଚାର୍ଜ ସୁଶାନ୍ତ ବେଜୀଙ୍କ ତତ୍ଵାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଦହ୍ୟା ଜାତୀୟ ରାଜପଥ -୫୭ ରେ ସଡ଼କ ସୁରକ୍ଷା ମାସ" ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ରାସ୍ତାରେ ବିନା ହେଲମେଟରେ ଯାଉଥିବା ବାଇକ୍ ଚାଳକ ଓ ବିନା ସିଟ୍ ବେଲ୍ଟରେ ଯାଉଥିବା ବଡ଼ଗାଡ଼ି ଚାଳକଙ୍କୁ ଅଟକାଇ ସଚେତନ କରିଥିଲେ। ଉକ୍ତ ସମୟରେ ହଠାତ୍ ମାନ୍ୟବର ବାଣିଜ୍ୟ, ସଡ଼କ ଓ ପରିବହନ ଏବଂ ଷ୍ଟିଲ ଓ ଖଣିମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଆସିଯାଇଥିଲେ I ପିଲାଙ୍କ ସଚେତନ ରାଲି ଦେଖି ଗାଡିରୁ ଓହ୍ଲାଇ ନିଜେ ରାଲିରେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ସଚେତନତା ପ୍ରୟାସକୁ ଭୂରୀୟସି ପ୍ରଶଂସା କରିଥିଲେ ଓ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Previous Post Next Post

ADS