जीतने का मौका पाने के लिए अभी अपनी जानकारी दर्ज करें।
କାଲି ଘଟିଥିଲା ଗଣ୍ଡଗୋଳ ଆଜି ହେଲା ଛୁରା ମାଡ଼ । ସ୍କୁଲର ବାର୍ଷିକୋତ୍ସବ ଚାଲିଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ର ଘଟାଇଛନ୍ତି ଏପରି ଘଟଣା। ଆଉ ଏ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦା ଥାନା ଅନ୍ତର୍ଗତ ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଘଟିଛି। ଗୁରୁତର ଛାତ୍ରଜଣକ ହେଲେ ନବମ ଶ୍ରେଣୀର I ମିଳିଥିବା ଖବର ଅନୁସାରେ ଗତକାଲି ଅନ୍ତିଆ ଓ ବିନୟଙ୍କ ମଧ୍ୟରେ କୌଣସି କାରଣରୁ କଥା କଟାକଟି ହୋଇଥିଲା। କିଛି ସମୟ ଝଗଡ଼ା ଚାଲିବା ପରେ ଉଭୟ ନିଜ ନିଜ ଘରକୁ ଚାଲି ଯାଇଥିଲେ। ଆଜି ବାର୍ଷିକୋତ୍ସବ ଥିବାରୁ ସ୍କୁଲରେ ଉଭୟ ଉପସ୍ଥିତ ଥିବା ବେଳେ ଏହି ସମୟରେ ହଠାତ୍ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।अपना सैमसंग गैलेक्सी A53 अभी प्राप्त करें!https://singingfiles.com/show.php?l=0&u=2312645&id=58609
। ଏଥିରେ ଉତ୍ତ୍ଯକ୍ତ ହୋଇ ବିନୟ ପାଖରେ ଥିବା ଏକ ଛୁରୀରେ ଅନ୍ତିଆଙ୍କୁ ଭୁଷି ଦେଇଥିଲେ। ତାଙ୍କ ପେଟରୁ ପ୍ରବଳ ରକ୍ତସ୍ରାବ ହେବାରୁ ସ୍ଥାନୀୟ ଲୋକେ ଓ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ଅନ୍ତିଆଙ୍କ ପରିବାର ଲୋକେ ଜଳେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରି ବିନୟଙ୍କୁ ଅଟକ ରଖି ପଚରାଉଚରା କରୁଛି।