ବୌଦ୍ଧ:- ବୌଦ୍ଧ ବ୍ଲକ ବାଉଁଶୁଣୀ ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ରେ ଚତୁର୍ଥ ବାଉଁଶୁଣୀ ଲୋକ ମହୋତ୍ସବର ଆଜି ଚତୁର୍ଥ ସନ୍ଧ୍ୟାରେ ସାଂସ୍କୃତିକ ପରିଷଦର ଉପଦେଷ୍ଟା ସଭ୍ୟ ଅନିରୁଦ୍ଧ ମହାକୁଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଅତିଥି ଭାବରେ ବୌଦ୍ଧର ପୂର୍ବତନ ବିଧାୟକ ପ୍ରଦିପ ଅମାତ, କଂଗ୍ରେସର ବରିଷ୍ଠ ସଭ୍ୟ ସରୋଜ ପ୍ରଧାନ, ବୟନିକା ସଭାପତି ପ୍ରକାଶ ମେହେର, ବିଜେପି ଯୁବନେତା ଓମ୍ ପ୍ରକାଶ ମିଶ୍ର, ଗୁନ୍ଦୁଲିଆ ସରପଞ୍ଚ ଧବଳେଶ୍ୱର ସିଂ, କସୁରବନ୍ଧ ସରପଞ୍ଚ ସରୋଜ କର୍ଣ୍ଣ, ପରିଚିତ ସିଙ୍ଗର୍ ଜଳନ୍ଦର ବେହେରା, ସମାଜସେବୀ ସୁଧୀର ମହାକୁଡ଼ ଯୋଗଦେଇ ଥିବାବେଳେ ଅଧ୍ୟାପକ ମଦନ ସୁନ୍ଦର୍ ଖେତି ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ। ଅନୁଷ୍ଠିତ ସଭାକୁ ଅଙ୍ଗୁରବାଳା ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହାପରେ ମଡେଲର୍ ଯୋଗିନ୍ଦ୍ର ମେହେର, ଅଧ୍ୟାପକ ଯୋଗୀନ୍ଦ୍ର ଗାଈଗୋରିଆ, ନିର୍ଦ୍ଦେଶକ ତଥା ପରିଚିତ ସିଙ୍ଗର୍ ଜଳନ୍ଦର୍ ବେହେରାଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବାରୁ ମହୋତ୍ସବ କମିଟିକୁ ସମ୍ବର୍ଦ୍ଧନା ଦିଆଯାଇଥିଲ। ସଭାପରେ ଅନନ୍ତ କଳା ପରିଷଦ କେନ୍ଦ୍ରାପଡ଼ା, ରଙ୍ଗଫରୁଆ ସମ୍ବଲପୁର, ମୟୁରି ଲୋକନୃତ୍ୟ ଖଟାଖଟିଆ, ବାଉଁଶୁଣୀ ସାଂସ୍କୃତିକ ପରିଷଦ, ଅରୁନ୍ ମେଜିସିଆନ୍ ଓ ସ୍ଥାନୀୟ ବିଦ୍ୟାଳୟର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।