Ads

ବୌଦ୍ଧ:-ପାରମ୍ପରିକ ଲୋକନୃତ୍ୟ ଓ ବାଦ୍ୟର ତାଳେ ତାଳେ ଶେଷହେଲା ଚତୁର୍ଥ ବାଉଁଶୁଣୀ ଲୋକ ମହୋତ୍ସବ। ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ନିକଟରେ ବହିଯାଉଥିବା ବାଘନଦୀ ଓ ମହାନଦୀର ସଙ୍ଗମ ସ୍ଥଳର କିମ୍ବର ଠାରେ ଗତ ୮ ତାରିଖରୁ ଆୟୋଜିତ ହୋଇଥିବା ଏହି ଚତୁର୍ଥ ବାଉଁଶୁଣୀ ଲୋକ ମହୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି। ଉଦଯାପନୀ ସଂନ୍ଧ୍ୟାରେ କମିଟି ସଭାପତି ଉମା ଶଙ୍କର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥିଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା,ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୌଦ୍ଧ ବ୍ଲକ୍ ଅଧକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ରାକେଶ ତ୍ରୀପାଠୀ, ସାଂସ୍କୃତିକ ପରିଷଦ ଉପଦେଷ୍ଟା ସଭ୍ୟ ପ୍ରଭାସ ରଥ ଯୋଗଦେଇ ଅଞ୍ଚଳର ଲୋକକଳାକୁ ବିକାଶ କରିବାର ଏକ ମାଧ୍ୟମ ହେଉଛି ମହୋତ୍ସବ ବୋଲି ବକ୍ତବ୍ୟ ରଖିଥିଲେ।ବାଉଁଶୁଣୀ ଉପରେ ଅଞ୍ଚଳର ୧୧ ଗୋଟି ପଞ୍ଚାୟତର ଅଧିବାସୀ ନିର୍ଭରଶୀଳଥିବା ବେଳେ ଏଠାକାର ଲୋକକଳା ବେଶ ଆକର୍ଷଣୀୟ । ପତର୍ ଶଉରା, ଝାଲିଆ ଶବର, ଶବରୁଣୀ, ବାଇଧନ, ନଚନିଆ, ବଜନିଆ ଭଳି ବିଭିନ୍ନ ପାରମ୍ପରିକ ଲୋକକଳା ଅଞ୍ଚଳର ସ୍ବତନ୍ତ୍ର ପରିଚୟ ବହନ କରୁଛି । ତେଣୁ ଏହି ଲୁପ୍ତପ୍ରାୟ ଲୋକକଳାକୁ ଉଜ୍ଜୀବିତ ରଖିବା ପାଇଁ ଲୋକ ମହୋତ୍ସବର ଆୟୋଜନ କରାଯାଉଛି । ଚଳିତ ବର୍ଷ ଏହି ମହୋତ୍ସବ ପଡ଼ିଆରେ ମୀନା ବଜାର ସହିତ ବିଭିନ୍ନ ହାତ ତିଆରି ସାମଗ୍ରୀର ବେଶ ଚାହିଦାଥିବା ଦେଖିବାକୁ ମିଳିଥିଲା । ପାଞ୍ଚଦିନ ଧରି ଅନୁଷ୍ଠିତ ବାଉଁଶୁଣୀ ଲୋକ ମହୋତ୍ସବର ମଞ୍ଚରେ ପାରମ୍ପରିକ ଲୋକକଳା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳର ପାରମ୍ପରିକ ଲୋକନୃତ୍ୟକୁ ଦର୍ଶକମାନେ ଉପଭୋଗ କରିଥିଲେ l ଢୋଲ, ମହୁରୀ, ତାସା, ନିଷାଣ ଭଳି ପାରମ୍ପରିକ ବାଦ୍ୟ ତଥା ଲୋକନୃତ୍ୟର ତାଳେତାଳେ ଜମିଥିଲା ବାଉଁଶୁଣୀ ଲୋକ ମହୋତ୍ସବ ।ଉଦଯାପନୀ ସନ୍ଧ୍ୟାରେ ଶାଶ୍ୱତ ତ୍ରିପାଠୀ ମେଲୋଡ଼ି, ବଉଳି କଳା ପରିଷଦ କଣ୍ଟାମାଳ, ସୃଷ୍ଟି ନୃତ୍ୟ ଏକାଡେମୀ ବୌଦ୍ଧଙ୍କ ଗୋଟିଏ ପରେ ଗୋଟିଏ ନୃତ୍ୟ ରେ ଦୁଲୁକି ଉଠିଥିଲା ମଞ୍ଚ l ସେହିଭଳି ସାହିତ୍ବିକ, କବି ତଥା ଲେଖକ ବିଷ୍ଣୁପ୍ରସାଦ ତ୍ରୀପାଠୀ, ଆନ୍ତର୍ଜାତୀୟ ଫେସନ୍ ଡିଯାଇନର୍ ସୁଜିତ୍ ମେହେରଙ୍କୁ  କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା lବାଉଁଶୁଣି ସାଂସ୍କୃତିକ ପରିଷଦର ମନୋଜ ଗାଈଗୋରିଆ, ବିକାଶ ଅଗ୍ରୱାଲ, ଅଭିନାଶ ମିଶ୍ର, ବ୍ରିଜେଶ ନାୟକ, ଶମ୍ଭୁ ମେହେର, ସନ୍ତୋଷ ଥନାପତି, ପ୍ରଫୁଲ୍ଲ ପତି, ଉତ୍ତମ ନାଏକ, ସନ୍ତୋଷ କୁମାର ହାତୀ, ଉତ୍ତମ ନାଏକ, ଜିବାନନ୍ଦ କୁମ୍ଭାରଙ୍କ ସମେତ ସମସ୍ତ ସଭ୍ୟ ଓ ଶାନ୍ତିଶୃଙ୍ଖଳା ଦାୟିତ୍ବରେ ମାଁ ମାହେଶ୍ୱରୀ ଜୁନିଅର୍ କଲେଜର ଛାତ୍ର ଓ ମାହେଶ୍ଵରୀ ସେନା ସହଯୋଗ କରିଥିଲେ। ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ତନିସା ଅଗ୍ରୱାଲ, ଛବିଳ ମେହେର ଓ ଶ୍ରୀନିବାସ ମେହେର ପରିଚାଳନା କରିଥିଲେ। ଶେଷ ଦିନରେ ପ୍ରାୟ ୧୦ ହଜାର ଲୋକଙ୍କ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା।
Previous Post Next Post

ADS