Ads

ବୌଦ୍ଧ: ବାଉଁଶୁଣୀ ଖେଳପଡ଼ିଆଠାରେ ଆୟୋଜିତ ଚତୁର୍ଥ ବାଉଁଶୁଣୀ ଲୋକ ମହୋତ୍ସବର ରବିବାର ଥିଲା  ଦିତୀୟ ସଂଧ୍ୟା ।ଏହି ସଂନ୍ଧ୍ୟାରେ ବାଉଁଶୁଣୀ ସାଂସ୍କୃତିକ ପରିଷଦର ସଭାପତି ଉମାଶଙ୍କର ପାଢି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ କଣ୍ଟାମାଳର ପୂର୍ବତନ ବିଧାୟକ ମହିଧର ରଣା ମୁଖ୍ୟ ଅତିଥି, କୁଳମଣୀ ମେହେର ମୁଖ୍ୟବକ୍ତା ଓ ବୌଦ୍ଧ ଏନ୍ଏସି ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର, ଅଁଳାପାଲି ସରପଞ୍ଚ ଅଜିତ୍ କୁମାର ମେହେର, ଖଲିଆପାଲି ସରପଞ୍ଚ ସଂଯୁକ୍ତା ମେହେର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ମକର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀନିବାସ ମେହେର, ଛବିଳ ମେହେର ଓ ତନିଶା ଅଗ୍ରୱାଲ ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମରେ ଦିବ୍ୟରୂପା,  ବରଗଡ
ଘୁଙ୍ଗୁରୁ କଳା ପରିଷଦ, ବାଉଁଶୁଣୀ, ଶ୍ରୀ ଦଶାବତାର ନାଟ୍ୟଶାଳା ,ଖୋର୍ଦ୍ଧା ଓ ସ୍ଥାନୀୟ ବିଦ୍ୟାଳୟର କଳାକାର ଓ ସ୍ଥାନୀୟ ଦଣ୍ଡ କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ହୋଇଥିଲା । ମହୋତ୍ସବରେ ପଡ଼ିଥିବା ଷ୍ଟଲ ଓ ମୀନା ବଜାରରେ କିଣାବିକା ସହ ସୁସ୍ବାଦ ଖାଦ୍ୟର ମଜା ନେଇଥିଲେ  ଦର୍ଶକ। ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟାରେ ପାଖଆଖ ଅଞ୍ଚଳରୁ ହଜାର ହଜାର ଦର୍ଶକ ମାନଙ୍କର ସମାଗମ ଦେଖିବାକୁ ମିଳିଥିଲା ।
Previous Post Next Post

ADS